ଜିଲ୍ଲା ପଞ୍ଚାୟତ କାର୍ଯ୍ଯାଳୟ, ପାରଳାଖେମୁଣ୍ଡି, ଗଜପତି

ଗଞ୍ଜାମ ଜିଲ୍ଲା ବିଭାଜନ ହୋଇ ଗଜପତି ଜିଲ୍ଲା ୨.୧୦.୧୯୯୨ ରେ ନୂତନ ଜିଲ୍ଲା ଗଠିତ ହୋଇ, ଜିଲ୍ଲା ପଞ୍ଚାଯତ କାର୍ଯ୍ୟଲୟ ପରିଚାଳନ କରାଯାଉଅଛି । ଜିଲ୍ଲା ପଞ୍ଚାଯତ ଅଧିକାରୀ, ଜିଲ୍ଲାର ପଞ୍ଚାଯତ ବିଭାଗର ଦାୟୀତ୍ଵ ତୁଲାଇବା ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁସାରେ କାର୍ଯ୍ୟ ସମ୍ପାଦନ କରୁଅଛନ୍ତି। ଏହି କାର୍ଯ୍ୟଲୟ ୭ ଗୋଟି ବ୍ଲକ, ୧୪୯ ଗୋଟି ଗ୍ରାମ ପଞ୍ଚାୟତ ଏବଂ ୧୮୬୫ ଗୋଟି ୱାର୍ଡକୂ ନେଇ ଗଠିତ ହୋଇଅଛି । ଏହି କାର୍ଯ୍ୟଲୟରେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାଯତର ସମସ୍ତ ପ୍ରକାର ପ୍ରଶାସନିକ କାର୍ଯ୍ୟ ପଞ୍ଚାୟତ ସମିତି ମାନଙ୍କର ଅଭଗତି ଥାଇ ସମ୍ପାଦନ କରାଯାଉଅଛି । ଚଳିତ ଗ୍ରାମ ପଞ୍ଚାୟତ ପୂର୍ନଗଠନ ପୂର୍ବରୁ ଏହି ଜିଲ୍ଲାରେ ୧୨୯ ଗୋଟି ଗ୍ରାମ ପଞ୍ଚାୟତ ଥିଲା । ଓଡିଶା ସରକାରଙ୍କ ପଞ୍ଚୟତରାଜ ବିଭାଗ ଆଦେଶନାମା ନଂ – ୧୧୨୫୭, ତା-୩.୭.୨୦୧୬ ଏବଂ ୧୨୪୯୩ ତା – ୨୧.୭.୨୦୧୬ ଅନିଜୟୀ ୧୪୯ ଗୋଟି ଗ୍ରାମ ପଞ୍ଚାୟତ ପୁନଃ ଗଠନ କରାଗଲା । ନୂତନ ଗ୍ରାମ ପଞ୍ଚାୟତ ଗୁଡିକ ୧୦.୩.୨୦୧୭ ରେ କାର୍ଯ୍ୟକାରୀ କରାଗଲା ।

ଗଜପତି ଜିଲ୍ଲା ପଞ୍ଚାୟତ ସଂଖ୍ୟା
ବ୍ଲକର ନାମପୂର୍ବରୁ ଥିବା ପଞ୍ଚାୟତ ସଂଖ୍ୟାପୁନଃ ଗଠନ ପରେ ପଞ୍ଚାୟତ ସଂଖ୍ୟା
କାଶିନଗର୧୨୧୨
ଗୁମମା୧୯୨୦
ପାରଳାଖେମୁଣ୍ଡି(ଗୋସାଣି)୨୧୨୧
ରାୟଗଡା୧୮୨୧
ନୂଆଗଡ୧୪୧୯
ଆର। ଉଦୟଗିରୀ୧୩୧୭
ମୋହନା୩୨୩୯

ବର୍ତ୍ତମାନ ଜିଲ୍ଲା ପଞ୍ଚାୟତ କାର୍ଯ୍ୟଲୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଗଜପତି ଠାରେ ୪.୧୦.୨୦୦୪ ଠାରୁ ପରିଚାଳିତ ହଉଅଛି । ଯାହାକି ଏହା ସଙ୍କୀର୍ଣ କୋଠରି ମଧ୍ୟରେ ଅସୁବିଧାରେ ପରିଚାଳନା କରାଯାଉଅଛି । ଏହି କାର୍ଯ୍ୟଲୟରେ ନିମ୍ନଲିଖିତ କାର୍ଯ୍ୟ ସମ୍ପାଦନ କରାଯାଉଅଛି ।

  • ସଂସ୍ଥାପନ (ଗ୍ରାମ ସେବକ ତଥା ପଞ୍ଚାୟତ କାର୍ଯ୍ୟ ନିର୍ବହୀ ଅଧିକାରୀ ) ଏବଂ ଗ୍ରାମ ପଞ୍ଚାୟତ ସମ୍ପାଦକ ।
  • ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ପ୍ରଗତି ସହାୟକ ଏବଂ ଗ୍ରାମ ସେବକ ବଦଳି ।
  • ଗ୍ରାମ ପଞ୍ଚାୟତ ସମ୍ପଧକ, ଗ୍ରାମ ପଞ୍ଚାୟତ ପିୟନ, ରାତ୍ର ଜଗୁଆଳି, ମେହେନ୍ତର ଏବଂ କର ଅଧୟକାରୀଙ୍କ ସଂସ୍ଥାପନ ।
  • ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଗ୍ରାମ ପଞ୍ଚାୟତ ଗୁଡିକ ସୁରୁଖୁରୁରେ ପରିଚାଳନ ନିମନ୍ତେ ଏହି କାର୍ଯ୍ୟଲୟରେ ଜରିଆରେ ୪ ର୍ଥ ରାଜ୍ୟ ଅର୍ଥ କମିଶନ / ୧୪ କେନ୍ଦ୍ରିୟ ଅର୍ଥ କମିଶନ / ସ୍ଟାଫ ସବ୍ ସି ଡି / ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ବେଠକ ଭତ୍ତା / ସରପଞ୍ଚ, ନାଏବ ସରପଞ୍ଚ ସମ୍ମାନ ସୂଚକ ଭତ୍ତା । ହରିଶଚନ୍ଦ୍ର ସହାୟକ ଯୋଜନା ଅନୁଦାନ ଗୁଡିକ ଇ ଟ୍ରାନ୍ସଫର ମାଧ୍ୟମରେ ଗ୍ରାମ ପଞ୍ଚାୟତ ଗୁଡିକୂ ପଠାଯାଉଅଛି । ଏହି କାର୍ଯ୍ୟଲୟ ଜରିଆରେ ଉପରୋକ୍ତ ଅନୁଧାନ ଗୁଡିକର ବିନିଯୋଗ ପ୍ରମାଣ ପତ୍ର ଆଦାୟ କରାଯାଇ ପଞ୍ଚାୟତରାଜ ବିଭାଗ ଓଡିଶା ସରକାରଙ୍କୁ ପ୍ରେରଣା କରାଯାଉଅଛି । ଜିଲ୍ଲା ପଞ୍ଚାୟତ ଅଧିକାରୀ ଉପରକ୍ତ ଅନୁଦାନ ଗୁଡିକର ସଠିକ୍ ବିନିଯୋଗର ତଦାରଖ କରୁଛନ୍ତି । ଜିଲ୍ଲା ପଞ୍ଚାୟତ ଅଧିକାରୀ, ତାଳସ୍ତରୀୟ ଅଧିକାରୀଙ୍କ ପ୍ରଶାସନିକ କାର୍ଯ୍ୟଗୁଡିକ ସମୟସୀମା ମଧ୍ୟରେ ସମ୍ପାଦନ କରିବା ପାଇଁ ପ୍ରେରଣା ଯୋଗଉଛନ୍ତି । ଗ୍ରାମ ପଞ୍ଚାୟତ ସ୍ତରରେ କରାଯାଉଥିବା ସମସ୍ତ ଉନ୍ନୟନ କାର୍ଯ୍ୟଗୁଡିକ, ପଲ୍ଲୀସଭା ଓ ଗ୍ରାମ ସଭା ତଥା ସରକାରଙ୍କ ନିର୍ଦେଶନାମା ଗୁଡୁକ ଉପଯୁକ୍ତ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବା ନିମନ୍ତେ ତାଦରଖ କରୁଛନ୍ତି । ଏତଦ ବ୍ୟତୀତ ଗ୍ରାମ ପଞ୍ଚାୟତରେ ୱାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଚେରମ୍ୟାନ, ଭାଇସ୍ ଚେରମ୍ୟାନ, ନାଏବ ସରପଞ୍ଚ, ଜିଲ୍ଲା ପରିଷଦ ସଭାପତି, ଭାଇସ୍ ପ୍ରେସିଡେନ୍ଟ ର ସୁନୟସ୍ଥାନ ପୂରଣ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତି କରାଯାଉଅଛି । ଜିଲ୍ଲା ପଞ୍ଚାଯତ ଅଧିକାରୀ ଗ୍ରାମ ପଞ୍ଚାୟତ ଗୁଡିକର ସର୍ବସାଧାରଣ ସମ୍ପାତ୍ତିର ଅଧିକ ଆଦାୟ ନିମନ୍ତେ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଏବଂ ପ୍ରିୟା ସଫ୍ଟ , ପ୍ଳାନ ପ୍ଲସ, ପି.ପି. ଗ୍ରାନ୍ଟ ଏବଂ ଜି. ପି.ଡି.ପି. ର ରିପୋର୍ଟ କମ୍ପିଉଟର ମଧ୍ୟମରେ ସମୟ ସୀମା ଭିତରେ ସରକାରଙ୍କୁ ପଠାଇବା ନିମନ୍ତେ ତଦାରଖ କରୁଛନ୍ତି । ଜିଲ୍ଲା ପଞ୍ଚାୟତ ଅଧିକାରୀ ଗ୍ରାମ ପଞ୍ଚାୟତ ଗୁଡିକର ସୁପରିଚାଳନ ନିମନ୍ତେ ଏବଂ ପଞ୍ଚାୟତ ଗୁଡିକୂ ନ୍ୟସ୍ତ କରାଯାଇଥିବା କ୍ଷମତା ସୁପରିଚାଳନ ନିମନ୍ତେ ଉପଦେଶ ଦିଅନ୍ତି । ସେ ଗ୍ରାମ ପଞ୍ଚାୟତ ଗୁଡିକର ବାର୍ଷିକ ପରିଦର୍ଶନ ଚିଠା ନିର୍ଧାରଣ କରି ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରନ୍ତି। ଏବଂ ଏହି ଚିଠା ଅନୁସାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ ଡି. ଆର.ଡି.ଏ ଏବଂ ଉପଜିଲ୍ଲାପାଳଙ୍କ ଗ୍ରାମପଞ୍ଚାୟତ ପରିଦର୍ଶନରେ ସହାୟକ ହୁଅନ୍ତି । ଏହି କାର୍ଯ୍ୟଲୟରେ ତ୍ରୀସ୍ତରୀୟ ସାଧାରଣ ନିର୍ବାଚନର ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଏ ।

ଜିଲ୍ଲା ପଞ୍ଚାୟତ ଅଧିକାରୀ, ଗଜପତି

ଇ- ମେଲ– dpogajapati[at]gmail[dot]com

ଦୂରାଭାଷ: ୦୬୮୧୫-୨୨୨୭୩୫